ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। କଟକ ଦଶହରାର ଏକ ନିଆରା ଆକର୍ଷଣ ହେଉଛି ଚାନ୍ଦିମେଢ଼। ଚଳିତବର୍ଷ କଟକ ସହରର ମୋଟ ୩୪ଟି ମଣ୍ଡପରେ ଚାନ୍ଦିମେଢ଼ ସ୍ଥାନ ପାଇଛି।

ଚାନ୍ଦିମେଢ଼ ଧାରାରେ ଏ ବର୍ଷ ପ୍ରଥମ ଥର ପାଇଁ ତୁଳସୀପୁର ପୂଜାମଣ୍ଡପ ଯୋଡ଼ି ହୋଇଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହେଉଛି।

ପୂଜା ମଣ୍ଡପ ନିକଟରେ ମୀନା ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ଲାଗି ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Tags: #DurgaPuja #Dasshera #DurgaPuja2024 #Odisha #TulashipurDurgaPujaPandal #Cuttack

LEAVE A REPLY

Please enter your comment!
Please enter your name here