ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଏଥିରେ ରାଜ୍ୟର ୩ କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବେ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।
“ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଆୟୁଷ୍ମାନ ଭାରତ ସହ ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ମିଳିବ। ଏହି କାର୍ଡରେ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।
ପୂର୍ବରୁ ବିଏସକେୱାଇ ଯୋଜନାରେ କେବଳ ୯୫୭ଟି ହସ୍ପିଟାଲରେ ସୁବିଧା ମିଳୁଥିଲାବେଳେ ଏବେ ଦେଶର ୨୭ ହଜାରରୁ ଅଧିକ ହସ୍ପିଟାଲରେ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ପାଇପାରିବେ ଓଡ଼ିଶାବାସୀ।
Tags: #AyushmanBharatYojana #HealthServices #Odisha