ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ନାଁ। ଏବେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁରେ ଏହି କାର୍ଯ୍ୟକ୍ରମ ଚାଲିବ। ଏନେଇ ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ।
“ରାଜ୍ୟ ସରକାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର କାର୍ଯ୍ୟକ୍ରମର ନାଁ ବଦଳେଇବା ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଏଥିପାଇଁ ୨ ଦିନ ଭିତରେ ଗାଇଡଲାଇନ୍ ଆସିବ। ଏଥିରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ। ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ଦିଆଯିବ। ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଆଉ ପଞ୍ଚାୟତର ବିକାଶ ହେବ”, କହିଛନ୍ତି ରବି ନାରାୟଣ ନାୟକ।
ନୂଆ କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Tags: #AmaOdishaNaveenOdisha #RabiNarayanNaik #PanchayatiRajDept #Odisha


















