ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏସଡିଆଇପିଆରଓ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ପଦବୀରେ ୩୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।
ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପ୍ରାର୍ଥୀମାନଙ୍କୁ ଓଡ଼ିଶା ସୂଚନା ସେବା (ଗ୍ରୁପ୍-ବି) ଅନ୍ତର୍ଗତ ନିଯୁକ୍ତି ମିଳିବ।
ଏହି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଅକ୍ଟୋବର ୩୦ ତାରିଖ ଯାଏଁ ଆବେଦନ ଚାଲିବ।
ଆପଣମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ଏସଡିଆଇପିଆରଓ – ୩୯ (ମୋଟ ପଦବୀ)
- ଅଣସରଂକ୍ଷିତ ବର୍ଗ – ୨୧
- ଅନୁସୂଚିତ ଜନଜାତି ବର୍ଗ – ୯
- ଅନୁସୂଚିତ ଜାତି – ୬
- ଏସଇବିସି ବର୍ଗ – ୩
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ସାମ୍ବାଦିକତା ଓ ଗଣଯୋଗଯୋଗ ବିଷୟରେ ଗ୍ରାଜୁଏସନ କିମ୍ବା ଡିପ୍ଲୋମା କରିଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଓଡ଼ିଆରେ ଲେଖି ପଢ଼ି ପାରୁଥିବା ଆବଶ୍ୟକ
- ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
- ଓପିଏସସି ପକ୍ଷରୁ ପ୍ରଥମେ ଲିଖିତ ପରୀକ୍ଷା କରାଯିବ
- ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନଙ୍କ ମେରିଟ ଲିଷ୍ଟ ବାହାର କରାଯିବ
- ମେରିଟ ଲିଷ୍ଟ ଅଧାରରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କ ଭାଇ-ଭା ଟେଷ୍ଟ ହେବ
- ଏହାପରେ ସାର୍ଟିଫିକେଟ ଓ ଅନ୍ୟ ପ୍ରମାଣ ପତ୍ର ଯାଞ୍ଚ କରାଯାଇ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ
ଆବେଦନ ଶୁଳ୍କ
- ପରୀକ୍ଷା ପାଇଁ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି
କେମିତି କରିବେ ଆବେଦନ
- ଓପିଏସସିର ୱେବସାଇଟ୍ www.opsc.gov.inକୁ ଯାଆନ୍ତୁ
- ପ୍ରଥମେ ନଜର ରେଜିଷ୍ଟ୍ରେସନ କରନ୍ତୁ
- ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏସଡିଆଇପିଆରଓ ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଓପିଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓପିଏସସିର ୱେବସାଇଟରେ ଉପଲବ୍ଧ।
Tags: #OPSC #SDIPRO #OdishaInformationService #Employment #IPRDept #Odisha