ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍‌ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ।

ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍‌ସ୍

  • କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଅକ୍ଟୋବର ୨୨ରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି।ଅକ୍ଟୋବର ୨୩ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
  • ସମ୍ଭାବ୍ୟ ବାତ୍ୟାଟି ଅକ୍ଟୋବର ୨୪ ତାରିଖରେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରାଯାଇଛି।
  • ସମ୍ଭାବ୍ୟ ବାତ୍ୟା ନେଇ ଆଜି ଅପରାହ୍ଣ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ ୩୦ ଜିଲ୍ଲାକୁ ଆଲର୍ଟ ଜାରି।
  • ପୁରୀ ଓ ପଶ୍ଚିମବଙ୍ଗର ସାଗରଦୀପ ମଝିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି।

Tags: #LowPressure #Cyclone #Rainfall #IMD #MCBBSR #Odisha #OdishaGovt #CycloneUpdates

Comment