ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍‌ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ।

ମଙ୍ଗଳବାର ଦିନ ୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ – ମନ୍ତ୍ରୀ ସୁରେଶ ପୂଜାରୀ।
  • ୨୫୦ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇଛି।
  • ଉପକୁଳ ଜିଲ୍ଲାଗୁଡ଼ିକରେ ଡାକବାଜି ଯନ୍ତ୍ର ସହାୟତାରେ ବାତ୍ୟାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି।
  • ଉତ୍ତର ଓଡ଼ିଶାରେ ପଡ଼ିବ ବାତ୍ୟାର ବେଶୀ ପ୍ରଭାବ – ଆଇଏମଡି ଡିଜି।
  • ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ।
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଗ୍ନିଶମ ବାହିନୀ।
  • ବାତ୍ୟା ଆଶଙ୍କ ଥିବା ଜିଲ୍ଲା ମୁହାଁ ଏନଡିଆରଫ ଟିମ୍।
  • ବାତ୍ୟା ସୂଚନା ପରେ ଓଡ଼ିଶାରେ ଆକାଶ ଛୁଆଁ ପରିବା ଦର।
  • ଧାମରା ବନ୍ଦରରେ ବୁଡ଼ିଲା ଡଙ୍ଗା।

ମଙ୍ଗଳବାର ସକାଳ ୧୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି।
  • ଏହା ପାରାଦୀପରୁ ୭୩୦ କିମି ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି।
  • ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଓ ଅକ୍ଟୋବର ୨୩ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।
  • ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।
  • ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।
  • ବାତ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ଆଲର୍ଟ।
  • ଅକ୍ଟୋବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ।
  • ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।
  • ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ ଜିଲ୍ଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ଯାଏଁ  ବନ୍ଦ ରହିବ ସ୍କୁଲ।
  • ବାତ୍ୟା ପାଇଁ ସମୁଦ୍ର କୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।
  • ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
  • ବାତ୍ୟା ମୁକବିଲା ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ୱରେ ସଚିବ ସ୍ତରୀୟ ବୈଠକ।

Tags: #Cyclone #Depression #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here