ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍‌ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ।

ମଙ୍ଗଳବାର ଦିନ ୮ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଅବପାତ। ଆସନ୍ତାକାଲି ବାତ୍ୟା ସମ୍ଭାବନା
  • ପାରାଦୀପଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
  • ସମ୍ବେଦନଶୀଳ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ଥାନାନ୍ତରକ କରାଯିବ – ମନ୍ତ୍ରୀ ସୁରେଶ ପୂଜାରୀ
  • ୮,୬୪୭ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଛନ୍ତି, ଆସନ୍ତାକାଲି ସମସ୍ତଙ୍କୁ ହସ୍ପିଟାଲ ଅଣାଯିବ
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବାକୁ ବିଧାୟକ ବିଧାୟିକାମାନଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ
  • ସମ୍ଭାବ୍ୟ ବାତ୍ୟା ପରିଚାଳନା ପାଇଁ ୬ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ଵ। କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ଵର ଦାୟିତ୍ଵ ମିଳିଥିବାବେଳେ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂ ପୁରୀ, ବିନୀତ ଭରଦ୍ଵାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର
  • ସମ୍ଭାବ୍ୟ ବାତ୍ୟା ପାଇଁ ମୋଟ ୧୯୮ଟି ଟ୍ରେନ ବାତିଲ
  • ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ତିନିଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରାଣ୍ୟ
  • ଅକ୍ଟୋବର ୨୩ରୁ ୨୫ ଯାଏଁ ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ମୟୂଭଞ୍ଜମ, ବାଲେଶ୍ଵର, ଢେଙ୍କାନାଳ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ବିଶ୍ଵବିଦ୍ୟାଳୟ ବନ୍ଦ ରହିବ
  • ପୁରୀରୁ ଘରକୁ ଫେରୁଛନ୍ତି ପର୍ଯ୍ୟଟକ

ମଙ୍ଗଳବାର ଅପରାହ୍ଣ ୫ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ସମ୍ଭାବ୍ୟ ବାତ୍ୟା ପାଇଁ ମୋଟ ୧୭୮ଟି ଟ୍ରେନ ବାତିଲ
  • ଅକ୍ଟୋବର ୨୩, ୨୪ ଏବଂ ୨୫ରେ ମଧ୍ୟରେ ଟ୍ରେନ୍ ବାତିଲ
  • ହାଓ୍ଵଡା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ଵର ଆଦି ଟ୍ରେନ ବାତିଲ
  • ସମ୍ଭାବ୍ୟ ବାତ୍ୟାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମୀକ୍ଷା ବୈଠକ।
  • ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଅକ୍ଟୋବର ୨୩ରୁ ୨୫ ଯାଏଁ ବନ୍ଦ ରହିବ ସ୍କୁଲ ଓ କଲେଜ
  • ବାତ୍ୟା ଆଶଙ୍କା ଥିବା ୧୪ଟି ଜିଲ୍ଲାର ସ୍କୁଲ ଓ କଲେଜ ବନ୍ଦ ରହିବ
  • ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ସୂଚନା ଜାରି କଲା ରାଜ୍ୟ ପରିବହନ ପ୍ରାଧିକରଣ। ଅତି ଆବଶ୍ୟକ ନଥଲେ ଯାତ୍ରା ନକରିବାକୁ ପରାମର୍ଶ

ମଙ୍ଗଳବାର ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାରେ ରହିବେ ୧୭ ଓଡ୍ରାଫ ଟିମ
  • ୩ଟି ଓଡ୍ରାଫ ଟିମ ରିଜର୍ଭ ରଖିବାକୁ ନିର୍ଦ୍ଦେଶ
  • ଅତିରିକ୍ତ ୧୦ଟି ଏନଡିଆରଏଫ ଟିମ୍ ପଠାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ଏସଆରସି
  • ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ। ସୂଚନା ଦେଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
  • ଡାକ୍ତରଖାନାଗୁଡ଼ିକରେ ୨୪ ଘଣ୍ଟିଆ ପାଓ୍ଵାର ବ୍ୟାକଅପ ରଖିବାକୁ ନିର୍ଦ୍ଦେଶ
  • ଡାଇରିଆ ଓ ସାପ କାମୁଡ଼ା ଔଷଧ ପର୍ଯ୍ୟାପ୍ତ ପରିମାଣର ରଖିବାକୁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ।
  • ଆସନ୍ତାକାଲିଠାରୁ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯିବ
  • ଆସନ୍ତାକାଲି ଗଭୀର ଅବପାତ ବାତ୍ୟାର ରୂପ ନେବ – ଆଇଏମଡି ଡିଜି

ମଙ୍ଗଳବାର ଦିନ ୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ – ମନ୍ତ୍ରୀ ସୁରେଶ ପୂଜାରୀ
  • ୨୫୦ ରିଲିଫ ସେଣ୍ଟର ପ୍ରସ୍ତୁତ ହୋଇଛି
  • ଉପକୁଳ ଜିଲ୍ଲାଗୁଡ଼ିକରେ ଡାକବାଜି ଯନ୍ତ୍ର ସହାୟତାରେ ବାତ୍ୟାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି
  • ଉତ୍ତର ଓଡ଼ିଶାରେ ପଡ଼ିବ ବାତ୍ୟାର ବେଶୀ ପ୍ରଭାବ – ଆଇଏମଡି ଡିଜି
  • ଅବପାତ ଆଜି ଗଭୀର ଅବପାତରେ ପରିଣତ ହେବ
  • ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଅଗ୍ନିଶମ ବାହିନୀ
  • ବାତ୍ୟା ଆଶଙ୍କ ଥିବା ଜିଲ୍ଲା ମୁହାଁ ଏନଡିଆରଫ ଟିମ୍
  • ବାତ୍ୟା ସୂଚନା ପରେ ଓଡ଼ିଶାରେ ଆକାଶ ଛୁଆଁ ପରିବା ଦର
  • ଧାମରା ବନ୍ଦରରେ ବୁଡ଼ିଲା ଡଙ୍ଗା

ମଙ୍ଗଳବାର ସକାଳ ୧୧ଟା ସୁଦ୍ଧା ବାତ୍ୟା ଅପଡେଟ୍‌

  • କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି
  • ଏହା ପାରାଦୀପରୁ ୭୩୦ କିମି ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
  • ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଓ ଅକ୍ଟୋବର ୨୩ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି
  • ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି
  • ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।
  • ବାତ୍ୟା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ଆଲର୍ଟ
  • ଅକ୍ଟୋବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ
  • ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର
  • ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଅନୁଗୁଳ ଜିଲ୍ଲାରେ ଅକ୍ଟୋବର ୨୩ରୁ ୨୫ ତାରିଖ ଯାଏଁ  ବନ୍ଦ ରହିବ ସ୍କୁଲ
  • ବାତ୍ୟା ପାଇଁ ସମୁଦ୍ର କୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି
  • ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି
  • ବାତ୍ୟା ମୁକବିଲା ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ନେତୃତ୍ୱରେ ସଚିବ ସ୍ତରୀୟ ବୈଠକ

Tags: #Cyclone #Depression #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here