ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଦାନା’ ପାଇଁ ୨୦୨୪ ଓଡ଼ିଶା ସିଭିଲ୍ ସର୍ଭସ ପ୍ରିଲିମିନାରି ପରୀକ୍ଷା ସ୍ଥଗିତ ରହିବ। ଅକ୍ଟୋବର ୨୭ ତାରିଖରେ ହେବାକୁ ଥିବା ଓସିଏସ ପ୍ରିଲିମିନାରି ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ବୁଧବାର ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଆଗାମୀ ୭ ଦିନ ମଧ୍ୟରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ପରୀକ୍ଷାର୍ଥୀମାନେ ଓପିଏସସିର ୱେବସାଇଟରୁ ନୂଆ ଆଡମିଟ କାର୍ଡ ଡାଉନଲୋଡ କରିବେ। ଏନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୃତ ତଥ୍ୟ ହାସଲ କରିପାରିବେ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଏହା ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶାର ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।

Tags: #CycloneDana #OCSExam #OPSC #Odisha #CycloneUpdates

Comment