ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି।
ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି।
ବାତ୍ୟା ସମ୍ପର୍କିତ ଖବରକୁ ନେଇ ଓଡ଼ିଶାଲାଇଭ୍ର ନ୍ୟୁଜ ପୋର୍ଟାଲରେ ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଟିକିନିଖି ଅପଡେଟ୍ ଦିଆଯିବ।
ଗୁରୁବାର ରାତି ୮ଟା ସୁଦ୍ଧା ବାତ୍ୟା ଅପଡେଟ୍
- ବାତ୍ୟା ‘ଦାନା’ ପାରାଦୀପଠାରୁ ୧୦୦ କିଲୋମିଟର ଓ ଧାମରାଠାରୁ ୧୩୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
- ବାତ୍ୟା ‘ଦାନା’ ୧୦ କିଲୋମିଟର ବେଗରେ ଆଗକୁ ବଢୁଛି
- ମଧ୍ୟରାତ୍ର ପରେ ଜୁଆର ଅଧିକ ହେବ
- ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବଢ଼ିଲାଣି ପବନର ବେଗ
- ବାତ୍ୟାର ଲ୍ୟାଣ୍ଡଫଳ ସମୟ ଶୁଣି ଛନିଆ ହେଲେଣି ୩ ଜିଲ୍ଲାର ଲୋକେ
ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ବାତ୍ୟା ଅପଡେଟ୍
- ବାତ୍ୟା ‘ଦାନା’ ପାରାଦୀପଠାରୁ ୧୧୦ କିଲୋମିଟର ଓ ଧାମରାଠାରୁ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
- ବାତ୍ୟା ‘ଦାନା’ ୧୦ କିଲୋମିଟର ବେଗରେ ଆଗକୁ ବଢୁଛି
- ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଧୀରେ ଧୀରେ ବଢ଼ୁଛି ବର୍ଷା, ଅଶାନ୍ତ ହେଲାଣି ସମୁଦ୍ର
- ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ
- ଗୁରୁବାର ମଧ୍ୟ ରାତିରୁ ଆରମ୍ଭ ହେବ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା
- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକକୁ ରେଡ ଓ୍ଵାର୍ଣ୍ଣିଂ। କେନ୍ଦୁଝର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼କୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
- ଅକ୍ଟୋବର ୨୫ରୁ ୨୬ ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରପଡ଼ା, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ଭୀଷଣ ବର୍ଷା ପାଇଁ ରେଡ ଓ୍ଵାର୍ଣ୍ଣିଂ ଓ ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ବୌଦ୍ଧ, ସୋନପୁର ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ
ଗୁରୁବାର ଦିନ ୩ଟା ସୁଦ୍ଧା ବାତ୍ୟା ଅପଡେଟ୍
- ବାତ୍ୟା ‘ଦାନା’ ପାରାଦୀପଠାରୁ ୧୮୦ କିଲୋମିଟର ଓ ଧାମରାଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
- ବାତ୍ୟା ‘ଦାନା’ ୧୨ କିଲୋମିଟର ବେଗରେ ଆଗକୁ ବଢୁଛି
- ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ଭିତରାକନିକା ଓ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବାର ସମ୍ଭାବନା
- ଉପକୂଳ ଓଡ଼ିଶାରେ ଜାରି ରହିଛି ବର୍ଷା
- ବର୍ତ୍ତମାନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି ୩ ଲକ୍ଷ ଲୋକ – ମୁଖ୍ୟମନ୍ତ୍ରୀ
- ବାତ୍ୟା ‘ଦାନା’ ଯୋଗୁଁ ୧୧ଟି ଜିଲ୍ଲାର ୩୮ଟି ବ୍ଲକରେ କ୍ଷୟକ୍ଷତି ହେବାର ସମ୍ଭାବନା
- ସ୍ଥାନାନ୍ତରିତ ହେଉଛନ୍ତି ଗୃହପାଳିତ ପଶୁ
- ଲୋକଙ୍କ ପାଇଁ ୭,୨୮୫ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା
- ବର୍ତ୍ତମାନ ସୁଦ୍ଧା ୨,୩୩୮ ଜଣ ଗର୍ଭବତୀ ମହିଳା ମେଡିକାଲକୁ ସ୍ଥାନାନ୍ତରିତ
- ବାତ୍ୟା ମୁକାବିଲା ପାଇଁ ୧୯ଟି ଏନଡିଆରଏଫ, ୫୧ଟି ଓଡ୍ରାଫ, ୨୧୦ଟି ଅଗ୍ନିଶମ ବହିନୀର ଟିମ୍ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି
ଗୁରୁବାର ଦିନ ୧ଟା ସୁଦ୍ଧା ବାତ୍ୟା ଅପଡେଟ୍
- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ‘ଦାନା’। ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ
- ବାତ୍ୟା ‘ଦାନା’ ପାରାଦୀପଠାରୁ ୨୧୦ କିଲୋମିଟର ଓ ଧାମରାଠାରୁ ୨୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ରରେ କେନ୍ଦ୍ରୀଭୂତ ରହିଛି
- ବାତ୍ୟା ‘ଦାନା’ ୧୨ କିଲୋମିଟର ବେଗରେ ଆଗକୁ ବଢୁଛି
- ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’। ଏଥର ବାତ୍ୟାର ଆଖି ହେବନି। ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
- ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଓ ଭଦ୍ରକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି
- କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ଵରରେ ପବନର ବେଗ ବଢ଼ିବ
- ଗୁରୁବାର ମଧ୍ୟ ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା – ଆଇଏମଡି ଡିଜି
- ଲ୍ୟାଣ୍ଡଫଲ ସମୟରେ ସମୁଦ୍ରରେ ଆସିବ ୨ ମିଟର ଉଚ୍ଚ ଜୁଆର
- ବାତ୍ୟା କ୍ରମଶଃ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଗୁରୁବାର ରାତିରେ କିମ୍ବା ଶୁକ୍ରବାର ସକାଳେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭବନା ରହିଛି
- ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ
- ଲ୍ୟାଣ୍ଡଫଲ୍ ପରେ ବାତ୍ୟାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ଏହା ଦିଗ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି
- ବାତ୍ୟା ପାଇଁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି
- ଗୁରୁବାର ଭୀଷଣ ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
- ବାତ୍ୟା ପାଇଁ ଧାମରା ଓ ପାରାଦୀପ ବନ୍ଦରରେ ୧୦ ନମ୍ବର ବିପଦ ସଙ୍କେତ ଜାରି
- ସମୁଦ୍ର କୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
- ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବହିନୀର ଟିମ୍ ନିୟୋଜିତ
Tags: #Cyclone #Rainfall #IMD #MCBBSR #Odisha #CycloneUpdates