ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏବେ ଚିନ୍ତା ବଢ଼ାଇଛି ବନ୍ୟା ଜଳ।

ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ଭିତରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି। ଫଳରେ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ବ୍ରାହ୍ମଣ କୁଣ୍ଡ, ବାଲିଡ଼ିହା ସମେତ ବାଲିଡ଼ିହା ଓ ବ୍ରାହ୍ମଣକୁଣ୍ଡର ଲୋକଙ୍କ ଚିନ୍ତା ବଢ଼ିଛି।

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ବାରିପଦା ପୌରପରିଷଦ ପକ୍ଷରୁ ବୁଢ଼ାବଳଙ୍ଗ ନଦୀର ସ୍ଥିତି ଉପରେ ନଜର ରଖାଯାଇଛି। ବତ୍ୟା ପରବର୍ତ୍ତୀ ପରିଚାଳନା ପାଇଁ ଶୁକ୍ରବାର ଦିନ ବରିପଦାଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୟୂଭଞ୍ଜ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କ ସମତେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ ବାତ୍ୟା ପ୍ରଭାବରେ ପ୍ରାୟ ୬୭୨ ହେକ୍ଟର ଧାନ ଫସଲ ହୋଇଥିବା ପ୍ରାଥମିକ ଆଳନରୁ ଜଣାପଡ଼ିଛି। ଚାଷ ଜମି ଓ ଫସଲ କ୍ଷୟକ୍ଷତିର ସଠିକ ଆକଳନ କରି ରିପୋର୍ଟ ଦେବାକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: #Cyclone #CycloneDana #CycloneAffect #Mayurbhan #FloodSituation #Odisha

LEAVE A REPLY

Please enter your comment!
Please enter your name here