ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ରାଜ୍ୟର ମହିଳାମାନଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଯୋଜନାର ପ୍ରଥମ କିସ୍ତି ପାଇନଥିବା ସବୁ ହିତାଧିକାରୀଙ୍କୁ ଏହି ଟଙ୍କା ଦିଆଯିବ। ଏନେଇ ସୋମବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

“ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ଯୋଜନାରେ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି।। ଏବେ ଆବେଦନର ଯାଞ୍ଚ ପ୍ରକ୍ରିୟା ଚାଲିଛି।
ଖୁବଶୀଘ୍ର ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମହିଳାମାନଙ୍କୁ ମିଳିବ। ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ”, କହିଛନ୍ତି ପ୍ରଭାତୀ ପରିଡ଼ା।

ତେବେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା କେବେ ଆସିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗକୁ ଘୋଷଣା କରାଯିବ। ଏଥିପାଇଁ ଏବେ ହିତାଧିକାରୀଙ୍କ ଆବେଦନର ଯାଞ୍ଚ କରାଯାଉଛି।

୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।

୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରର୍ଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

Tags: #SubhadraYojana #PravatiParida #DBT #Odisha

LEAVE A REPLY

Please enter your comment!
Please enter your name here