ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ବର୍ଷ ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ। ଏନେଇ ବୁଧବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  

ଶୀତ ଅଧିବେଶନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାସହ ଅନ୍ୟାନ୍ୟ ପ୍ରସ୍ତାବ ଆଗତ କରାଯିବ।

ନଭେମ୍ବର ୨୬ରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। 

Tags: #OdishaAssembly #WinterSession #Odisha

LEAVE A REPLY

Please enter your comment!
Please enter your name here