ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ। ସଂସ୍କୃତିର ସୁରକ୍ଷା ଦିଗରେ ରାଜ୍ୟ ସରକାର ଖୁବଶୀଘ୍ର ନିୟମାବଳୀ ଜାରି କରିବେ ବୋଲି କହିଛନ୍ତି ଅବକାରୀ ତଥା ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଓଡ଼ିଶାରେ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ମଙ୍ଗଳବାର ଦିନ ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି ଯାତ୍ରା କମିଟି ମହାସଂଘର କର୍ମକର୍ତ୍ତା। ଯାତ୍ରା ପରିବେଷଣ ପାଇଁ ଏକ ସ୍ଵତନ୍ତ୍ର ନିୟମ ଆଣିବା ସହ ଯାତ୍ରରେ ଅଶ୍ଳୀଳତା, ଦ୍ଵିଅର୍ଥବୋଧକ ସଂଳାପ ଏବଂ ସମାଜ ଉପରେ କୁପ୍ରଭାବ ପକାଉଥିବା ବିଷୟ ବସ୍ତୁକୁ ଯାତ୍ରାରୁ ବାଦ ଦେବା ଲାଗି ମହାସଂଘ ପକ୍ଷରୁ ଦାବି କରାଯାଇଛି।

ମହାସଂଘ କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ପ୍ରଶ୍ରୟ ଦେଉଛନ୍ତି। ସେମାନେ ଏଥିପାଇଁ ଯାତ୍ରାପାର୍ଟି ମାଲିକମାନଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ଯାତ୍ରା ପାଇଁ ସ୍ଵତନ୍ତ୍ର ନିୟମାବଳୀ ଆଣିବା ନିମନ୍ତେ ଏହି ଅବସରରେ ଯାତ୍ରା କମିଟି ମହାସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Tag: #Jatra #NudityinJatra #Odisha #JatraCommitteeMahasangha #LawMinister

Comment