ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ସରିଛି ରେଳ ବିଭାଗର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା। ଆଉ ମାତ୍ର କିଛି ଦିନର ଅପେକ୍ଷା। ରେଳ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ପରେ ବୋଦ୍ଧରୁ ଗଡ଼ିବ ରେଳଗାଡ଼ି। ପୂର୍ବତଟ ରେଳବାଇ ବିଭାଗର ସେଫ୍ଟି କମିଶନର ରେଳ ଷ୍ଟେସନରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଏହି ଅବସରରେ ପାସେଞ୍ଜର ଟ୍ରେନର ସିଷ୍ଟ ଟ୍ରାଏଲ କରାଯାଇଛି। ଘଣ୍ଟା ପ୍ରତି ୧୧୦ କିଲୋ ମିଟର ବେଗରେ ଟ୍ରାକରେ ଦୌଡ଼ିଛି ରେଳଗାଡ଼ି।

ଟ୍ରେନରେ ବସି ବୌଦ୍ଧରୁ ବଲାଙ୍ଗିର ଯାତ୍ରା କରିଥିଲେ ସେଫ୍ଟି କମିଶନର। ସେଫ୍ଟି କମିଶନର ବୁଧବାରଠାରୁ ଆସି ସୁବର୍ଣ୍ଣପୁର ଷ୍ଟେସନଠାରୁ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ଓ ପରେ ବୌଦ୍ଧ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ଓ ବ୍ରିଜର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଗୁରୁବାର ଅପରାହ୍ଣରେ ଯାଞ୍ଚ ପ୍ରକ୍ରିୟା ସରିଥିବା ବେଳେ ସମସ୍ତ ଅଧିକାରୀ ସମ୍ବଲପୁର ଫେରିଯାଇଛନ୍ତି।

ରେଳ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିବା ପରେ ବୌଦ୍ଧକୁ ରେଳ ଗଡ଼ିବ ବୋଲି ପୂର୍ବତଟ ରେଳ ବିଭାଗ ସିଇଓ ଏଜି ଶ୍ରୀନିବାସ କହିଛନ୍ତି। ଅନ୍ୟପଟେ ବୌଦ୍ଧ ଷ୍ଟେସନରେ ପାସେଞ୍ଜର ଟ୍ରେନ ଦେଖିବା ପାଇଁ ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଥିଲା।

Tags: #BoudhRailwayStation #WorkReview #RailwaySafetyCommissioner #Boudh #Odisha

LEAVE A REPLY

Please enter your comment!
Please enter your name here