ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୫, ନୂଆବର୍ଷଠାରୁ ଚାଉଳ ସହ ଗହମ ପାଇବେ ରାସନକାର୍ଡ ହିତାଧିକାରୀ। ଏ ନେଇ ଗୁରୁବାର ଦିନ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଗହମ ଆସିଛି, କିନ୍ତୁ ସରକାରୀ ସ୍ତରରେ କାମ ସରିନଥିବାରୁ ହିତାଧିକାରୀଙ୍କୁ ଆଉ ଦୁଇ ମାସ ପରେ ଗହମ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, କିଛି ହିତାଧିକାରୀ ଚାଉଳ ସହ ଗହମ ନେବାକୁ ଚାହୁଁ ନାହାନ୍ତି। କିଛି ହିତାଧିକାରୀ ଗହମ ନେବାକୁ ଚାହୁଁଛନ୍ତି। କେଉଁ ଜିଲ୍ଲାରୁ କେତେ ହିତାଧିକାରୀ ଗହମ ଚାହୁଁଛନ୍ତି ତଥ୍ୟ ଆସିବା ପରେ ସେହି ଅନୁସାରେ ଗହମ ଯୋଗାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି କାମ ପାଇଁ ଟେଣ୍ଡାର କରାଯିବ। ଏଥିପାଇଁ ଗହମ ବଣ୍ଟନରେ ବିଳମ୍ବ ହେଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
Tags: #RationCardBeneficiaries #Odisha #Rice #Wheat #OdishaGovt