ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ରାଜ୍ୟର ୪୩ଟି ଆସନରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ପର୍ଯ୍ୟାୟରେ ମୋଟ ୧ କୋଟି ୩୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୫,୩୪୪ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

ଏହି ପର୍ଯ୍ୟାୟରେ ମୋଟ ୬୮୩ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡରେ ପ୍ରଚାର ଶେଷ ହୋଇଥିଲା। ଏଥିରେ ବିଜେପି, ଜେଏମଏମ ଓ କଂଗ୍ରେସ ଭଳି ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଥିଲେ।

ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‌ ସାମିଲ ରହିଛନ୍ତି। ସେହିପରି ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରାମେଶ୍ୱର ଓରାଓଁ, ରାମଦାସ ସୋରେନ୍‌, ବନ୍ନା ଗୁପ୍ତା, ମିଥିଲେଶ ଠାକୁର, ଦୀପକ ବିରୁଆ ଓ ବୈଦନାଥ ରାମ ପ୍ରମୁଖ ମୈଦାନରେ ଅଛନ୍ତି।

Tags: #JharkhandAssemblyElections2024 #Voting #Voters #ECI #Jharkhand #India

Comment