ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ୨୦୨୫। ଏହା ମାର୍ଚ୍ଚ ୬ ତାରିଖ ଯାଏଁ ଚାଲିବ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି।
ପରୀକ୍ଷା ସୂଚୀ
- ପେବ୍ରୁଆରି ୨୧ – ସାହିତ୍ୟ
- ପେବ୍ରୁଆରି ୨୪ – ଇଂରାଜୀ
- ପେବ୍ରୁଆରି ୨୭ – ଗଣିତ
- ମାର୍ଚ୍ଚ ୧ – ବିଜ୍ଞାନ
- ମାର୍ଚ୍ଚ ୩ – ସାମାଜିକ ବିଜ୍ଞାନ
- ମାର୍ଚ୍ଚ ୬ – ହିନ୍ଦୀ/ସଂସ୍କୃତ (ତୃତୀୟ ଭାଷା)
ପରୀକ୍ଷାର ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ। ସବୁ ପରୀକ୍ଷା ଗୋଟିଏ ସିଟିଂରେ ହେବ। କେବଳ ଗଣିତ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟର ଅଧିକ ସମୟ ଦିଆଯିବ।
ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସବୁ ବିଷୟରେ ୫୦ ମାର୍କର ଲିଖିତ ଓ ୫୦ ମାର୍କର ଅବଜେକ୍ଟିଭ ପ୍ରଶ୍ନ ରହିବ।
Tags: #MatricExam #Education #Students #Examination #BSE #Odisha