ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଖରୀରେ ବୁଡ଼ି ଦୁଇଜଣଙ୍କର ଜୀବନ ଚାଲିଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଏକତାଳି ଗାଁରେ। ମୃତକ ହେଉଛନ୍ତି ଗଣେଶ୍ଵର ବେହେରା ଓ ଶୁଭମ ବେହେରା। ଜଣକ ବୟସ ୭ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ୮ ବର୍ଷ। ଉଭୟ ସମ୍ପର୍କୀୟ ଭାଇ।
ଗୁରୁବାର ଦିନ ମନ୍ଦିର ଯିବା ପାଇଁ ଗଣେଶ୍ଵର ଏବଂ ଶୁଭମ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦୁହେଁ ଘରକୁ ଫେରିନଥିଲେ। ପରିବାର ଲୋକ ଗଣେଶ୍ଵର ଏବଂ ଶୁଭମଙ୍କୁ ଖୋଜିବା ପାଇଁ ପୋଖରୀ ନିକଟକୁ ଯାଇଥିଲେ, କିନ୍ତୁ ସେମାନଙ୍କୁ ପାଇନଥିଲେ। ପୋଖରୀ ନିକଟରେ ଦୁହିଁଙ୍କ ଚପଲ ପଡ଼ିଥିବାରୁ ଗଣେଶ୍ଵର ଓ ଶୁଭମ ପୋଖରୀରେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ ପରିବାର ଲୋକ।
ପରେ ପରିବାର ଲୋକଙ୍କ ସହ ଗ୍ରାମର କିଛି ଯୁବକ ସେମାନଙ୍କୁ ପୋଖରୀ ଭିତରେ ଖୋଜିଥିଲେ। ଉଭୟଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ମୃତ୍ୟୁ ଖବର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
Tags: #DrowningDeath #EkataliVillagePond #Denkanal #Death