ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପକୁ ଆସିଲା ୩ ବର୍ଷ ବୟସର ବାଘୁଣୀ ‘ଜିନତ’। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଆସିଛି ଜିନତ।

ନଭେମ୍ବର ୧୩ ତାରିଖ ଅପରାହ୍ଣ ୪ଟା ସମୟରେ ବାଘୁଣୀ ଜିନତକୁ ତଡ଼ବା ସଂରକ୍ଷିତ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରି ଧରାଯାଇଥିଲା। ଜିନତ ଗୁରୁବାର ସନ୍ଧ୍ୟାରେ ଶିମିଳିପାଳ ଜଙ୍ଗଲରେ ପହଞ୍ଚିଥିଲା। ତେବେ ଶୁକ୍ରବାର ସକାଳେ ବାଘୁଣୀ ଜିନତକୁ ଏନକ୍ଲୋଜର ଭିତରେ ଛଡ଼ାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।

ଗତ ଅକ୍ଟୋବର ୨୭ ତାରିଖରେ ‘ଯମୁନା’ ନାମକ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା। ଏବେ ତା’ର ଆଉ ଏକ ସାଥି ବାଘୁଣୀ ଜିନତକୁ ଅଣାଯାଇଛି। ଜିନତକୁ ଆଣିବା ପାଇଁ ଶିମିଳିପାଳର ଏକ ସ୍ଵତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଥିଲା।

Tags: #SimilipalTigerReserve #Mayurbhanj #Tigress #Jinat #Odisha

Comment