ଓଡ଼ିଶାଲାଇଭ୍ ବ୍ୟୁରୋ

ସିଙ୍ଗାପୁର ଗସ୍ତରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଗସ୍ତରେ ସେ ସିଙ୍ଗାପୁରରେ ଏକାଧିକ ଶିଳ୍ପପତି ଓ ନିବେଶକଙ୍କ ସହ ସାକ୍ଷାତ କରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏଠାରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳ ମଧ୍ୟ ସିଙ୍ଗାପୁର ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶନିବାର ଭୁବନେଶ୍ଵରରୁ ପ୍ରଥମେ ଦିଲ୍ଲୀ ଯାଇଛନ୍ତି। ଅପରାହ୍ଣରେ ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ବାହାରିବେ। ସିଙ୍ଗାପୁରର ବଡ଼ ବଡ଼ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ।

“ନିବେଶଙ୍କୁ ସ୍ଵାଗତ କରିବା ପାଇଁ ଓଡ଼ିଶା ସମ୍ପର୍ଣ୍ଣ ପ୍ରସ୍ତୁତ ଅଛି। ରାଜ୍ୟରେ ନିବେଶକମାନଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସୁଯୋଗ ଦେଉଛନ୍ତି ଓଡ଼ିଶା ସରକାର। ଆମେ ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବୁ। ଓଡ଼ିଶାର ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ, ଶିଳ୍ପ ନୀତି ବିଷୟରେ ସେମାନଙ୍କୁ ଜଣାଇବୁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଗସ୍ତ ସମୟରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବେ। ରାଜ୍ୟରେ ପେଟ୍ରୋ କେମିକାଲ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ର ପୁଞ୍ଜିନିବେଶକୁ ଏଠାରେ ଗୁରୁତ୍ଵ ଦିଆଯିବ।  

Tags: #MohanCharanMajhi #CMOOdisha #SingaporeVisit #Investment #Odisha

LEAVE A REPLY

Please enter your comment!
Please enter your name here