ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଗ୍ୟାସ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ହାତିପଥର ରୋଡ଼ ସ୍ଥିତ ରାଣୀଗୁଡ଼ା ଫାର୍ମ ନିକଟରେ। ମୃତକ ହେଉଛନ୍ତି ଦିନ ମିଣିଆକା।

ରାଣୀଗୁଡ଼ା ଫାର୍ମ ନିକଟରେ ଥିବା ଏକ ଘରେ ଶୁକ୍ରବାର ଦିନ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ଡି ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଜଣଙ୍କୁ ବିଶାଖାପାଟଣାସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଦୁଇଜଣଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦିନ ମିଣିଆକାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଅନ୍ୟ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି।

Tags: #GasCylinderBlast #Death #Rayagada #Odisha

LEAVE A REPLY

Please enter your comment!
Please enter your name here