ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନାରାୟଣ ଚନ୍ଦ୍ର ନାୟକଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ଭିଜିଲାନ୍ସ।
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ୧୦ଟି ସ୍ଥାନରେ ସୋମବାର ଦିନ ଏକକାଳୀନ ଚଢ଼ଉ କରିଥିଲେ ବିଭିଜିଲାନ୍ସ ଟିମ୍। ଭୁବନେଶ୍ଵର, ଭଦ୍ରକ, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଚଢ଼ଉ ବେଳେ ଭୁବନେଶ୍ଵରରେ ତାଙ୍କର ୩ ମହଲା ବିଶିଷ୍ଟ କୋଠା, ୧୪ଟି ଦାମୀ ପ୍ଲଟ, ୩୬୬ ଗ୍ରାମର ସୁନା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୪୮ ହଜାର ଟଙ୍କା ଜବତ କରାଯାଇଛି। ନାରାୟଣ ଚନ୍ଦ୍ର ନାୟକଙ୍କ ନାଁରେ ୩୪ ଲକ୍ଷ ୫୭ ହଜାର ଟଙ୍କା ଫିକ୍ସ ଡିପୋଜିଟ ରହିଥିବା ଚଢ଼ଉ ବେଳେ ଜଣାପଡ଼ିଛି।
ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନାରାୟଣ ଚନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି। ଚଢ଼ଉରେ ୧୦ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ସାମିଲ ଥିଲେ। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ବିରୋଧରେ ବାରମ୍ବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହେବା ପରେ ଏହି ଚଢ଼ଉ କରାଯାଇଥିଲା।
Tags: #Vigilance #VigilanceRaid #Odisha #SubCollector #Kamakhyanagar #Dhenkanal