ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଚଳିତ ବର୍ଷର ଓଟିଇଟି ପରୀକ୍ଷା ଫଳ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଓଟିଇଟି ପରୀକ୍ଷା ଫଳ ଘୋଷଣା କରାଯାଇଛି। ବୋର୍ଡର ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି।

ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କ ଡିଜିଟାଲ୍ ସାର୍ଟିଫିକେଟ୍ ବୋର୍ଡ ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ତେବେ ପରୀକ୍ଷାରେ ପାସହାର ପରେ ଘୋଷଣା କରାଯିବ।

ସେହିପରି କୃତକାର୍ଯ୍ୟ ହୋଇନଥିବା ପରୀକ୍ଷାର୍ଥୀ ସେମାନଙ୍କର ସ୍କାନ୍ ହୋଇଥିବା ଓଏମଆର୍ ଉତ୍ତର ଖାତା ଏହି ୱେବସାଇଟରୁ ଡାଉନଲୋଡ୍ କରିପାରିବେ। ଏହା ନଭେମ୍ବର ୨୯ ତାରିଖ ଯାଏଁ ଉପଲବ୍ଧ ରହିବ।

Tags: #OTETExam #OdishaTeachersEligibilityTest #Teachers #BSE #Odisha

Comment