ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଶନିବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକରେ ବିଶ୍ଵ ବିଦ୍ୟାଳୟ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର। ଏହା ସହ ଶିଳ୍ପ ନୀତି ୨୦୧୫ର ଦୁଇଟି ସଂଶୋଧନକୁ ଅନୁମୋଦନ ମିଳିଛି। କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।
ଓଡ଼ିଶା ବିଶ୍ଵ ବିଦ୍ୟାଳୟ ସଂଶୋଧନ ପ୍ରସ୍ତାବ ୨୦୨୪କୁ ମଞ୍ଜୁରୀ ମିଳିବା ଫଳରେ ରାଜ୍ୟର ବିଶ୍ଵ ବିଦ୍ୟାଳୟକୁ ଅଧିକ ସ୍ଵାୟତ୍ତତା ମିଳିବ। ଏହା ସହ ନିଯୁକ୍ତି, କୁଳପତି ଚୟନ ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ। ରାଜ୍ୟର ବିଶ୍ଵ ବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେହିପରି ଶିଳ୍ପ ନୀତି ୨୦୧୫ର ଦୁଇଟି ସଂଶୋଧନକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ପ୍ରୋତ୍ସାହନ ପାଇଁ ଆବେଦନ ଦାଖଲର ସମୟ ସୀମା ଦୁଇ ବର୍ଷକୁ ବୃଦ୍ଧି କରାଯାଇଛି। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତିରେ ମଧ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର।
Tags: #OdishaCabinet #CabinetMeeting #Proposal #OdishaGovt