ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କାଳିଆ ଯୋଜନା ଅବଧିକୁ ଆଉ ତିନି ବର୍ଷ ଅର୍ଥାତ ୨୦୨୪-୨୫ରୁ ୨୦୨୬-୨୭ ମସିହା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଆହୁରି ୩ ବର୍ଷ କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଇବେ ହିତାଧିକାରୀ। ଏଥିପାଇଁ ୬୦୨୯.୭୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏହା ସହ କାଳିଆ ଯୋଜନା ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ଦିଆଯିବ। କାଳିଆ ଯୋଜନାରେ ବାର୍ଷିକ ଦୁଇଥର ସହାୟତା ବ୍ୟତୀତ ରାଜ୍ୟ ସରକାର ଯେକୌଣସି ସମୟରେ ଅତିରିକ୍ତ ସହାୟତା ମଧ୍ୟ ଦେଇପାରିବେ। କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ସେହିପରି ବୈଠକରେ ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବଢ଼ାଇବା ନେଇ ନିଷ୍ପତ୍ତି ହୋଇଛି। ମୋଟ ୧,୭୮୯ ଜଣ ଶିକ୍ଷକ ଏବଂ କର୍ମଚାରୀଙ୍କର ସପ୍ତମ ବେତନ କମିଶନ ହାରରେ ଦରମା ବଢ଼ିବ। ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହା ସହ ପଞ୍ଚାୟତରେ ନିୟମିତ ୮ ବର୍ଷ କାର୍ଯ୍ୟରତ ଥିବା ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର (ପିଇଓ) ଓ ଭିଏଲଡବ୍ଲ୍ୟୁଙ୍କର ପଦୋନ୍ନତି ହେବ।

Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha

LEAVE A REPLY

Please enter your comment!
Please enter your name here