ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି। ରାଜ୍ୟର ୧୨ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ରାଜ୍ୟ ସଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ଥିବା ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ବାଣିଜ୍ୟ କର ଓ ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ତାଙ୍କ ସ୍ଥାନରେ ସମିତା ରାଉତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନୂଆ ନିର୍ଦ୍ଦେଶକ ହୋଇଛନ୍ତି।

ରାଜ୍ଯ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଥିବା ସୁଧାଂଶୁ ମୋହନ ସାମଲଙ୍କୁ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହାସହ ରାଜ୍ଯ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ଏବଂ ସଂଖ୍ଯାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ଯ ଶ୍ରମ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି।

ଓଡ଼ିଶା ହକି ପ୍ରମୋସନ କାଉନ୍ସିଲର ସିଇଓ ଦୀପଙ୍କର ମହାପାତ୍ର ରାଜ୍ଯ କ୍ରୀଡ଼ା ନିର୍ଦ୍ଦେଶକ ହୋଇଥିବାବେଳେ ରାଜ୍ଯ ଖାଦ୍ୟ ସୁରକ୍ଷା କମିଶନର ଡକ୍ଟର ପୋମା ଟୁଡୁଙ୍କୁ ରାଜ୍ଯ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ରାଜ୍ଯ ଅର୍ଥ ବିଭାଗର ଅତିରିକ୍ତ ସଚିବ ସତ୍ୟବ୍ରତ ରାଉତଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ଵ ଦିଆଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିବା ତ୍ରିଲୋଚନ ମାଝୀଙ୍କୁ ରାଜ୍ଯ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ଵ ଦିଆଯାଇଛି। ରାଜ୍ଯ କ୍ରୀଡ଼ା ନିର୍ଦ୍ଦେଶକ ଥିବା ସିଦ୍ଧାର୍ଥ ଦାସଙ୍କୁ ରାଜ୍ଯ ସମବାୟ ସୋସାଇଟିର ରେଜିଷ୍ଟାର ଭାବେ ନିଯୁକ୍ତ କରାଯାଇଛି।

‘ଓରେରା’ର ସଚିବ ଥିବା ବିଜୟ କୁମାର ପୃଷ୍ଟି ରାଜ୍ଯ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ ହୋଇଛନ୍ତି। ଏହାସହ ମୋନିକା ପ୍ରିୟଦର୍ଶିନୀଙ୍କୁ ଓଡ଼ିଶା ଲାଇଭିଲିହୁଡ ମିଶନର ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

Tags: #IASReshuffle #IASOfficers #DistrictCollectors #Odisha

LEAVE A REPLY

Please enter your comment!
Please enter your name here