ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୋମବାର ଦିନ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ସୁପରିଚାଳନା ତଥା ଗୃହରେ ଶାନ୍ତି ବଜାୟ ରଖିବା ନିମନ୍ତେ ଶାସକ ଏବଂ ବିରୋଧୀ ଦଳ ନେତାଙ୍କ ଏହି ବୈଠକ ହୋଇଥିଲା।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

ଚଳିତବର୍ଷ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ରାଜ୍ୟ ସରକାର।

ଶୀତ ଅଧିବେଶନରେ ଓଡ଼ିଶାର ଦିବଙ୍ଗତ ବିଧାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବ। ଏହାସହ ଅନ୍ୟାନ୍ୟ ପ୍ରସ୍ତାବ ଆଗତ କରାଯିବ। ସେହିପରି ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି।

Tags: #OdishaAssembly #WinterSession #AllPartyMeeting #Odisha

LEAVE A REPLY

Please enter your comment!
Please enter your name here