ଓଡ଼ିଶାଲାଇଭ୍ ବ୍ୟୁରୋ

କାର୍ଯ୍ୟରେ ଯୋଗଦେଲେ ଆଇଏଏସ ସୁଜାତା କାର୍ତ୍ତିକେୟନ। ୬ ମାସର ଛୁଟି ଅବଧି ଶେଷ ହେବା ପରେ ବୁଧବାର ଦିନ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା। ସୁଜାତା କାର୍ତ୍ତିକେୟନ ମେ’ ୩୧ରୁ ଛୁଟିରେ ଥିଲେ।

ସୁଜାତା କାର୍ତ୍ତିକେୟନ ମଙ୍ଗଳବାର ଦିନ ପୁଣି ୬ ମାସ ଛଟି ପାଇଁ ଆବେଦନ କରିଥିଲେ, କିନ୍ତୁ ତାଙ୍କ ଛୁଟି ଆବେଦନକୁ ଖାରଜ କରିଥିଲେ ରାଜ୍ୟ ସରକାର। ନଭେମ୍ବର ୨୭ ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ସୁଜାତା କାର୍ତ୍ତିକେୟନଙ୍କୁ କୁହାଯାଇଥିଲା।

ନିଜ ଝିଅର ଯତ୍ନ ନେବା ଦର୍ଶାଇ ସୁଜାତା କାର୍ତ୍ତିକେୟନ ମେ’ ୩୧ ତାରିଖରୁ ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଥିଲେ। ଛୁଟି ଅବଧି ସରିବା ପରେ ନଭେମ୍ବର ୨୭ ତାରିଖରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାର ଥିଲା। ତେବେ ଝିଅର ମ୍ୟାଟ୍ରିକ ପରୀକ୍ଷା ଥିବାରୁ ସେ ପୁଣି ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଛୁଟି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ରାଜ୍ୟ ସରକାର।

୨୦୨୪ ନିର୍ବାଚନରେ ବିଜେଡିକୁ ସମର୍ଥନ କରିବା ଦିଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଜାତା କାର୍ତ୍ତିକେୟନ ନିଜ ପଦବୀର ଅପବ୍ୟବହାର କରୁଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ଏହା ପରେ ଗତ ମେ’ ୩ ତାରିଖରେ ଓଡ଼ିଶା ମିଶନ ଶକ୍ତି ବିଭାଗର ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ।

ସୁଜାତା କାର୍ତ୍ତିକେୟନଙ୍କୁ ଉଭୟ ମିଶନ ଶକ୍ତି ବିଭାଗର ସଚିବ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଥିଲା।

Tags: #SujataKarthikeyan #ChildCareLeave #Odisha #FinanceDept #LeaveApplicationRejected

Comment