ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛିଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ରାତି ତାପମାତ୍ରା କମି ଅଧିକ ଥଣ୍ଡା ଅନୁଭୂତ ହେଉଛି। ତେବେ ଗୁରୁବାର ରାତିରୁ ରାଜ୍ୟରେ ଶୀତ କମିବାର ସମ୍ଭବନା ରହିଛି। ତାମିଲନାଡୁ ଉପକୂଳରେ ଅସୁଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗରୁବାରଠାରୁ ରାଜ୍ୟରେ ରାତି ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥଣ୍ଡା କମିବ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି।

ତେବେ ଡିସେମ୍ବର ୩ ତାରିଖରେ ରାତି ତାପମାତ୍ରା ପୁଣି କମିଯିବା ନେଇ ଆକଳନ କରାଯାଇଛି। ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଫେଙ୍ଗଲ’ ନଭେମ୍ବର ୩୦ ତାରିଖରେ ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ୪ ଦିନ ପାଗ କୋହଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #Coldwave #Winter #Weather #MCBBSR #Odisha

LEAVE A REPLY

Please enter your comment!
Please enter your name here