ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଦିବାସୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ଫାଉଣ୍ଡେସନ ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ଏହି ପ୍ରକଳ୍ପର ନାମ ‘ସେଲ୍ଟର ଟୁ ହାବିଟେସନ୍’ ରହିଛି। ଏଲ୍‌ଟିଆଇମାଇଣ୍ଡଟ୍ରିର ଚିଫ ସଷ୍ଟେନିବିଲିଟି ଅଧିକାରୀ ପୁନିସ୍ ରାଓ ଏବଂ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ଅନିତା ପାତ୍ର ଏହି ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲେ।

ଏହି ପ୍ରକଳ୍ପ ଅଧୀନରେ ଗଜପତି ଜିଲ୍ଲାରେ ଆଦିବାସୀଙ୍କ ପାଇଁ ୮୦ଟି ପକ୍କା ଘର ନିର୍ମାଣ କରାଯିବ। ଏଥିରେ ଜିଲ୍ଲାର ଗୟାଲଜୁବା, ଆଲାଝୋଲା ଓ ରାଜପୁର ଗାଁର ପ୍ରାୟ ୩ ହଜାର ଲୋକେ ଉପକୃତ ହେବେ। ଏହି ଘରଗୁଡ଼ିକୁ ପରିବେଶ ଅନୁକୂଳ ଭାବେ ନିର୍ମାଣ କରାଯିବ।  

“ଏହି ପ୍ରକଳ୍ପ ଆମର ଆଦିବାସୀ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ସହ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବ। ଏହା ସେମାନଙ୍କ ଭବିଷ୍ୟତକୁ ଗଢ଼ିବାରେ ସହାୟତା କରିବ। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ସ୍ଥାନୀୟ ପ୍ରଶାସନର ସହଯୋଗ ସହିତ ଆମେ ସେମାନଙ୍କ ଭବିଷ୍ୟତର ଆଧାରକୁ ଶକ୍ତିଶାଳୀ କରୁଛୁ”, କହିଛନ୍ତି ଏଲ୍‌ଟିଆଇମାଇଣ୍ଡଟ୍ରିର ଚିଫ ସଷ୍ଟେନିବିଲିଟି ଅଧିକାରୀ ପୁନିସ୍ ରାଓ।

ଏହି ପ୍ରକଳ୍ପକୁ ଏଲ୍‌ଟିଆଇମାଇଣ୍ଡଟ୍ରି ନିଜ କର୍ପୋରେଟ୍ ସୋସିଆଲ୍ ରେସପୋନ୍ସିବିଲିଟି (ସିଏସଆର୍) ଅଧୀନରେ ଆର୍ଥିକ ସହଯୋଗ କରିବ। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ସହଭାଗୀ ରୂପେ କାର୍ଯ୍ୟ କରିବ।

Tags: #LTIMindtreeFoundation #CenturionUniversity #SheltertoHabitation #HousingProject #Odisha

Comment