ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଭାରତୀୟ ନୌସେନା ଦିବସ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତିନି ସେନାବାହିନୀର ମୁଖ୍ୟ ଯୋଗଦେବେ। ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବାବେଳେ ସୁରକ୍ଷା ଦୃଷ୍ଟିରୁ ପୁରୀରେ ହାଇଆଲର୍ଟ ଜାରି ହୋଇଛି।

ଡିସେମ୍ବର ୪ ତାରିଖ ଅପରାହ୍ଣ ୪ଟା ସମୟରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ନୌସେନାର ଯୁଦ୍ଧ ଜାହାଜ, ଫାଇଟର ଜେଟ୍ ଓ ମାର୍କୋସ୍‌ କମାଣ୍ଡୋମାନେ ସେମାନଙ୍କ ରଣକୌଶଳ ପ୍ରଦର୍ଶନ କରିବେ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ନୌସେନାର ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ଟି ଫାଇଟର ଜେଟ୍ ସାମିଲ ହେବେ। ଉଭୟ ସମୁଦ୍ର ଓ ଆକାଶରେ ୨୦ ପ୍ରକାର ରଣକୌଶଳ ପ୍ରଦର୍ଶିତ ହେବ। ଏହାସହ ଏନ୍‌ସିସି କ୍ୟାଡେଟ୍‌ଙ୍କ ଡ୍ରିଲ୍‌, ନାଭାଲ୍‌ ମ୍ୟୁଜିକ୍‌ ବ୍ୟାଣ୍ଡ୍‌ ଏବଂ ମଞ୍ଚ ଉପରେ ନୌସୈନିକଙ୍କ ରୋମାଞ୍ଚକାରୀ ଡ୍ରିଲ୍‌ ପରିବେଷଣ ହେବ। ଏନେଇ ନୌସେନାର କମାଣ୍ଡର ପ୍ରଦୀପ ପଟେଲ ସୂଚନା ଦେଇଛନ୍ତି।

Tags: #IndianNavyDay #IndianNavy #Puri #BlueFlagBeach #Odisha

Comment