ଓଡ଼ିଶାଲାଇଭ୍ ବ୍ୟୁରୋ

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶନିବାର ଦିନ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ (ଏଏସଆଇ) କୋର କମିଟି ଏହାର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।

ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ନେଇ କୋର କମିଟିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ଗର୍ଭଗୃହରୁ ବାଲି କାଢ଼ିବା ଏବଂ ଅନ୍ୟ ପ୍ରସଂଗରେ ବୈଠକରେ ଆଲୋଚନା ହୋଇଥିଲା।

ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜି ଶର୍ମାଙ୍କ ସହ ଏଏସଆଇ କଞ୍ଜର୍ଭେସନ ଡାଇରେକ୍ଟର ଭୀମା ଆଜମୀରା, ଏଏସଆଇ ରିଜିଓନାଲ ଡାଇରେକ୍ଟର ଡକ୍ଟର ଦିଲ୍ଲୀପ ଖମାରିଙ୍କ ସମେତ ପ୍ରତ୍ନତତ୍ତ୍ୱବିତ ଜୀବନ ପଟ୍ଟନାୟକ, ମାଡ୍ରାସ ଓ ନୂଆଦିଲ୍ଲୀର ଆଇଆଇଟିର ବିଶେଷଜ୍ଞ ସମେତ ୧୫ ଜଣିଆ କମିଟିର ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିଭିନ୍ନ ପିଢ଼ି, ମନ୍ଦିର ଚୂଳର ଉପରିଭାଗ ଓ ବାଲି କାଢ଼ିବା ପାଇଁ ନିର୍ମାଣ ହୋଇଥିବା ମେକାନିକାଲ ଷ୍ଟ୍ରକ୍ଚର ତଥା ମନ୍ଦିର ମୂଳଦୁଆର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗତ ଦୁଇବର୍ଷ ହେଲା ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ବାଲି କଢ଼ା କାର୍ଯ୍ୟ ଆଗେଇ ପାରୁନାହିଁ। ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ଗତ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରୁ ଭୂମିପୂଜା କରାଯାଇଥିଲା।

ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମେକାନିକାଲ ଓ୍ଵାର୍କିଂ ପ୍ଲାଟଫର୍ମ, ଆଇରନ ଷ୍ଟ୍ରକଚର କାର୍ଯ୍ୟ ଓ ଆଇରନ ସିଢ଼ି ଆଦିର ଯାଞ୍ଚ କରାଯାଇଥିଲା। ଇତି ମଧ୍ୟରେ ସିଢ଼ି ନିର୍ମାଣ କାର୍ଯ୍ୟ ଦେଶଷ ହୋଇସାରିଥିଲେ ମଧ୍ୟ ବାଲି କାଢ଼ିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ।

Tags: #KonarkTemple #SandRemove #SunTemple #Odisha #ASI

LEAVE A REPLY

Please enter your comment!
Please enter your name here