ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ନୂତନ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି।
ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ସାରସକଣା ବିଧାୟକ ଭାଦବ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ନୂତନ କାର୍ଯ୍ୟାଳୟ ହେବା ଦ୍ୱାରା ସମସ୍ତ ପ୍ରମୁଖ ବିଭାଗୀୟ ଓ କ୍ଷେତ୍ରୀୟ ଅସୁବିଧା ଦୂର ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ନୂତନ ବିଭାଗୀୟ କାର୍ଯ୍ୟାଳୟରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଲାଗି କାର୍ଯ୍ୟକାରୀ ହେବାକୁ ଥିବା ସମସ୍ତ ଯୋଜନାର ସମୀକ୍ଷା କରାଯିବ ବୋଲି କ୍ଷେତ୍ର ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି।
ଉଦଘାଟନୀ କାର୍ଯ୍ୟକ୍ରମରେ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ, ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଓ ଅତିରିକ୍ତ ବନ ସଂରକ୍ଷକ ରବି ନରାୟଣ ମହାନ୍ତିଙ୍କ ସମେତ ବନ ବିଭାଗର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Tags: #SimilipalTigerProject #NewOffice #Baripada #Mayurbhanj