ଓଡ଼ିଶାଲାଇଭ୍ ବ୍ୟୁରୋ

ଯାନ୍ତ୍ରୀକ ତ୍ରୁଟି ନୁହେଁ ହେଲିକପ୍ଟର ଦୁର୍ଘଟଣା ପଛରେ ମାନବିକ ତ୍ରୁଟି ଯୋଗୁଁ ଚାଲିଯାଇଥିଲା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଜୀବନ

ଜଣାପଡ଼ିଲା ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ବିପିନ ରାଓ୍ଵତଙ୍କ ହେଲିକପ୍ଟର ଦୁର୍ଘଟଣାର ପ୍ରକୃତ କାରଣ। ଯାନ୍ତ୍ରୀକ ନୁହେଁ ମାନବିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାରେ ଚାଲିଯାଇଥିଲା ସିଡିଏସ ବିପିନ ରାଓ୍ଵତଙ୍କ ଜୀବନ। ଡିସେମ୍ବର ୧୭ ତାରିଖରେ ଲୋକସଭାରେ ଉପସ୍ଥାପିତ ଷ୍ଟାଣ୍ଡିଂ କମିଟି ଅନ ଡିଫେନ୍ସ ରିପୋର୍ଟରୁ ଏହା ଜଣାପଡ଼ିଛି। 

ମାନବୀୟ ତ୍ରୁଟି ଯୋଗୁଁ ଘଟିଥିଲା। ତିନି ବର୍ଷ ତଳେ ଅର୍ଥାତ୍ ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁରରେ ଏହି ଦୁଃଖଦ ଘଟଣା ଘଟିଥିଲା। ଗତ ଡିସେମ୍ବର ୧୭ ତାରିଖରେ ଲୋକସଭାରେ ଉପସ୍ଥାପିତ ଏକ ରିପୋର୍ଟରୁ ଏ କଥା ଏବେ ଜଣା ପଡ଼ିଛି। 

ଭାରତୀୟ ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର ଗତ ୨୦୨୧ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ପିବିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କର ଜୀବନ ଚାଲିଯାଇଥିଲା। ଦୁର୍ଘଟଣାରୁ ବଞ୍ଚିଥିବା ଏକମାତ୍ର ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହଙ୍କର ସପ୍ତାହକ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

୧୩ତମ ପ୍ରତିରକ୍ଷା ଯୋଜନା ଅବଧି (୨୦୧୭-୨୦୨୨) ରେ ସାମରିକ ବିମାନରେ ଘଟିଥିବା ୩୪ଟି ଦୁର୍ଘଟଣା ମଧ୍ୟରୁ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ଘଟଣା ସାମରିକ ବିମାନ ଚଳାଚଳରେ ଚାଲିଥିବା ସୁରକ୍ଷା ଆହ୍ୱାନ ପ୍ରତି ଆଙ୍ଗୁଳି ଉଠାଇଥିଲା।

ଅଭିଶପ୍ତ ଦିନ

୨୦୨୧ ଡିସେମ୍ବର ୮ ତାରିଖରେ ଏମଆଇ-୧୭ ଭି୫ ହେଲିକପ୍ଟର ସୁଲୁର ଏୟାର ବେସରୁ ୱେଲିଂଟନ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ କୁହୁଡ଼ି ଯୋଗୁଁ କୁନୁର ନିକଟ ନୀଳଗିରି ପାହାଡ଼ରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜେନେରାଲ ବିପିନ ରାୱତ ୱେଲିଂଟନସ୍ଥିତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜକୁ ଭାଷଣ ଦେବାକୁ ଯାଉଥିଲେ। ସିଡିଏସ୍ ହେବା ପୂର୍ବରୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା ଏବଂ ସେ ଭାରତୀୟ ସେନାର ୨୭ତମ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। 

ଜେନେରାଲ ରାଓ୍ଵତଙ୍କ ଅକାଳ ବିୟୋଗ ଭାରତର ସାମରିକ ନେତୃତ୍ୱ ପାଇଁ ଏକ ବଡ଼ ଝଟକା ଥିଲା। ସିଡିଏସ୍ ଭାବରେ ସେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଏବଂ ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ମିଳିତ ଅଭିଯାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ରିପୋର୍ଟରେ ପରାମର୍ଶ

ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପରେ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ମାନବିକ ତ୍ରୁଟି ଏହାର କାରଣ ବୋଲି ଚିହ୍ନଟ ହୋଇଥିଲେ ହେଁ ନିର୍ଦ୍ଧିଷ୍ଟ ତ୍ରୁଟି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ସାମରିକ ବିମାନ ଚଳାଚଳ ସୁରକ୍ଷା ପ୍ରୋଟୋକଲ୍ ଏବଂ ଉପକରଣର ଉନ୍ନତୀକରଣ ବିଷୟରେ ମଧ୍ୟ ରିପୋର୍ଟରେ ଆଲୋଚନା ହୋଇଛି। ବାୟୁସେନାର ଏକ ନିର୍ଭରଯୋଗ୍ୟ ‘ୱାର୍କହର୍ସ’ ଭାବେ ବିବେଚିତ ଏମଆଇ-୧୭ ଭି୫ ଅନ୍ୟାନ୍ୟ ଦୁର୍ଘଟଣାରେ ସମ୍ପୃକ୍ତ ଥିବାରୁ ଏହାର ପରିଚାଳନା ପ୍ରଣାଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜେନେରାଲ ବିପିନ ରାୱତଙ୍କ ବିୟୋଗରେ ତାଙ୍କ ସାମରିକ କ୍ୟାରିୟରର ଅନ୍ତ ଘଟିଥିଲା। ଭାରତର ପ୍ରତିରକ୍ଷା ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ଜଣେ ଦୂରଦର୍ଶୀ ପ୍ରମୁଖ ସେନା ଅଧିକାରୀ ଭାବରେ ତାଙ୍କୁ ସ୍ମରଣ କରାଯାଏ।

ଏହି ରିପୋର୍ଟ ସାମରିକ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ବିପଦ ଏବଂ ବିମାନ ଚଳାଚଳ ନିରାପତ୍ତାରେ ନିରନ୍ତର ସତର୍କତାର ଆବଶ୍ୟକତା ବିଷୟରେ ପରାମର୍ଶ ଦେଇଛି।

Tags: #CDSGeneralBipinRawat #ChopperCrash #Death #India #Report

LEAVE A REPLY

Please enter your comment!
Please enter your name here