ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରିୟଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ଏକ ନୂଆ ୱେବସାଇଟର ଶୁଭାରମ୍ଭ କରାଯାଇଛି। ଏହାର ନାଁ ‘ଓରେରା ଭର୍ସନ ୨.୦’ ରହିଛି। ଶୁକ୍ରବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଓରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ଏହି ନୂଆ ୱେବସାଇଟର ଲୋକାର୍ପଣ କରିଛନ୍ତି।

ଓରେରାର ନୂଆ ୱେବସାଇଟରେ ଡ୍ୟାସବୋର୍ଡ ତଥା ଚାଟବଟ୍ ଭଳି ଅତ୍ୟାଧୁନିକ ଫିଚର ରହିଛି। ୱେବସାଇଟ୍ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ଏକ ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଛି।

ଏକ ରେକର୍ଡ ସମୟ ମଧ୍ୟରେ ଏହି ୱେବସାଇଟକୁ ବିକାଶ କରାଯିବାକୁ ନେଇ ଓରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ପ୍ରଶଂସା କରିଥିଲେ। ଏହା ସବୁ ବର୍ଗର ଉପଭୋକ୍ତାଙ୍କ ପାଇଁ ଅନୁକୂଳ ଏବଂ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ନୂଆ ୱେବସାଇଟ ଦ୍ଵାରା ପ୍ରୋମୋଟର, ଘର କ୍ରେତା, ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ ଏବଂ ଆଇନଜୀବୀମାନେ ନିରବଚ୍ଛିନ୍ନ ସେବା ପାଇ ଉପକୃତ ହେବେ ବୋଲି ଓରେରା ପକ୍ଷରୁ ଆଶା ରଖାଯାଇଛି।

ୱେବସାଇଟର ଲୋକାର୍ପଣ କାର୍ଯ୍ୟକ୍ରମରେ ଓରେରାର ସମ୍ପାଦକ ଶ୍ରାବଣୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଦୀପକ କୁମାର ବେଶ୍ରା, ଓରେରା ସଦସ୍ୟ ପ୍ରଦୀପ କୁମାର ବିଶ୍ଵାଳ ଓ ଗୋପାଳ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।

Tags: #ORERA #NewWebsite #RealEstate #Odisha

LEAVE A REPLY

Please enter your comment!
Please enter your name here