ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ

ଏବେ ଖାଲି ଆଖିରେ ଦେଖାଯାଉଛି ୫ଟି ଗ୍ରହ। ୨୦୨୫ ଜାନୁଆରି ମାସର ପ୍ରଥମାର୍ଦ୍ଧ ଯାଏଁ ଆକାଶରେ ଏହି ଗ୍ରହଗୁଡ଼ିକୁ ଦେଖିହେବ। ଏଥିପାଇଁ କୌଣସି ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡ଼ିବ ନାହିଁ। ଆସନ୍ତୁ ଜାଣିବା କେଉଁ ସବୁ ଗ୍ରହ ଏଥିରେ ସାମିଲ ରହିଛି।

ଆମେ ଜାଣିଛେ ଯେ ମହାକାଶରେ ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ପରିକ୍ରମା କରୁଛନ୍ତି। ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡ଼ି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖିପାରୁ। ସେଗୁଡିକ ହେଲା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗ୍ରହ। ଖାଲି ଆଖିରେ ଏହି ସବୁ ଗ୍ରହ ଦେଖାଯିବାକୁ ଗ୍ରହ ସମାବେଶ ବା ‘ପ୍ଲାନେଟ୍‌ ପରେଡ’ କୁହାଯାଏ।

ଜାନୁଆରି ମାସର ପ୍ରଥମାର୍ଦ୍ଧ ଯାଏଁ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜଳ ଶୁକ୍ର ଗ୍ରହ। ଏହାର କିଛ ଉପରକୁ ଦେଖାଯିବ ଇସତ୍ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗବଳୟର କିଛି ଉପରେ ଦେଖାଯିବ ଉଜ୍ଜ୍ଵଳ ବୃହଷ୍ପତି ଗ୍ରହ।

ରାତି ବଢ଼ିବା ସଙ୍ଗେ ଏହି ଗ୍ରହଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ଵୟରେ ଅସ୍ତ ହେବେ। ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ। ସେହି ସମୟରେ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ। ଏହାପରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ।

ବୁଧ ଗ୍ରହ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ୍ ପୂର୍ବରୁ ଦିଗବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଏହା ଦେଖାଯିବ। ଏହାଛଡ଼ା ୟୁରାନସ୍ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣ ଯନ୍ତ୍ରରେ ଦେଖିହେବ।  

(ଲେଖକ ଜଣେ ବିଶିଷ୍ଟ ମହାକାଶ ବିଜ୍ଞାନୀ ତଥା ଭୁବନେଶ୍ଵର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ପୂର୍ବତନ ଉପନିର୍ଦ୍ଦେଶକ)

Tags: #PlanetParade #Space #Astrology #Earth #India

LEAVE A REPLY

Please enter your comment!
Please enter your name here