ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଆସନ୍ତା ଶିକ୍ଷାବର୍ଷରେ ରାଜ୍ୟରେ ସବୁ କଲେଜ ଓ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର କଟକରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର (ଏବିଭିପି) ୪୯ତମ ରାଜ୍ୟ ଅଧିବେଶନରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

“ଓଡ଼ିଶାରେ ପୁଣି ଛାତ୍ର ନିର୍ବାଚନ ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ପୂର୍ବ ସରକାର ବିଭିନ୍ନ ଷଡ଼ଯନ୍ତ୍ର କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ। ହେଲେ ଏବେ ଏହି ନିର୍ବାଚନ ଆଉ ବନ୍ଦ ହେବ ନାହିଁ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହି ଅବସରରେ ସେ ବିକଶିତ ଓଡ଼ିଶା ଗଠନ ପାଇଁ ଏକତ୍ରିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଥିଲେ।

ଓଡ଼ିଶାରେ ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହାପରେ ୨୦୧୮ ମସିହାରୁ ତତକାଳୀନ ସରକାର ରାଜ୍ୟରେ ଏହି ନିର୍ବାଚନକୁ ବନ୍ଦ ରଖିଥିଲେ। ପୁଣି ଛାତ୍ର ସଂସଦ ନିର୍ବାଚନ କରିବାକୁ ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା।  

Tags: #StudentsUnionElection #Colleges #Students #CMMoahnCharanMajhi #Odisha       

LEAVE A REPLY

Please enter your comment!
Please enter your name here