ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ସମ୍ଭବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ଏବଂ ଦର୍ଶନ ପରେ ଅନ୍ୟ ୩ ଦ୍ଵାର ଦେଇ ବାହାରକୁ ବହରିବେ।
ସେହିପରି ଶ୍ରୀମନ୍ଦିରରେ ଭିତରେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ। ନାଟ ମଣ୍ଡପ ଭିତରେ ସୁରକ୍ଷିତ ପ୍ରବେଶ ଓ ଶୃଙ୍ଖଳିତ ଦର୍ଶନ ଲାଗି ବାରିକେଡ ବ୍ୟବସ୍ଥା କରାଯିବ।
ଅନ୍ୟପଟେ ନୂଆବର୍ଷରେ ସୁରକ୍ଷା ପାଇଁ ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବାସହ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଭୁବନେଶ୍ଵର ପଟୁ ଆସୁଥିବା ଚାରିଚକିଆ ଯାନ ଜେଲ ରୋଡ ପାର୍କିଂରେ ରହିବ। ସେହିପରି କୋଣାର୍କରୁ ଆସୁଥିବା ଚାରିଚକିଆ ଯାନ ତାଳବଣିଆ ପାର୍କିଂରେ ରହିବ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।
Tags: #ShreeMandir #ShreeJagannath #Darshan #NewYear #Puri #Odisha