ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୫ ଫେବ୍ରୁଆରି ମାସରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଏହାସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ କରିବେ ରାଜ୍ୟ ସରକାର। ଉଭୟ ଯୋଜନାରେ ରାଜ୍ୟର ସାଢ଼େ ୩ କୋଟିରୁ ଅଧିକ ହିତାଧିକାରୀ ସାମିଲ ହେବେ। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

“ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଫେବ୍ରୁଆରି ମାସରେ ହିତାଧିକାରୀଙ୍କୁ କାର୍ଡ ମିଳିବ। ଆୟୁଷ୍ମାନ ଭାରତ ପାଇଁ କେନ୍ଦ୍ରୀୟ ଟିମ୍ ରାଜ୍ୟରେ ଅନୁଧ୍ୟାନ କରିଯାଇଛନ୍ତି। ସ୍ୱାସ୍ଥ୍ୟ ସେବାରୁ କେହି ବି ବଞ୍ଚିତ ନହୁଅନ୍ତୁ ଏହା ଆମର ଲକ୍ଷ୍ୟ”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।

ପୂର୍ବରୁ ବିଏସକେୱାଇ ଯୋଜନାରେ କେବଳ ୯୫୭ଟି ହସ୍ପିଟାଲରେ ସୁବିଧା ମିଳୁଥିଲା। ଏବେ ଦେଶର ୨୭ ହଜାରରୁ ଅଧିକ ହସ୍ପିଟାଲରେ ଆୟୁଷ୍ମାନ ଭାରତ ଯୋଜନାର ଓଡ଼ିଶାବାସୀ ସ୍ଵାସ୍ଥ୍ୟ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

Tags: #AyushmanBharatYojana #GopabandhuJanArogyaScheme #HealthServices #Odisha

LEAVE A REPLY

Please enter your comment!
Please enter your name here