ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଜାନୁଆରି ୩ ତାରିଖରେ ଶପଥ ଗ୍ରହଣ କରିବେ। ଏନେଇ ସେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବେ। ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଶପଥ ପାଠ କରାଇବେ।

ଡକ୍ଟର ହରିବାବୁ କମ୍ଭମପତି ଗୁରୁବାର ଅପରାହ୍ଣ ୩ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ ପୁରୀ ଅଭିମୁଖେ ଯିବେ। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଇସ୍ତଫା ଦେଇଥିଲେ ରଘୁବର ଦାସ। ଏହାପରେ ଡକ୍ଟର ହରିବାବୁ କମ୍ଭମପତି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ।

Tags: #DrHaribabuKambhampati #Governor #Odisha #India

LEAVE A REPLY

Please enter your comment!
Please enter your name here