ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି। ତାଙ୍କୁ ଭୁବନେଶ୍ଵର ବିମାନବନ୍ଦରରେ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଛି। ସେ ଶୁକ୍ରବାର ଶପଥ ଗ୍ରହଣ କରିବେ।

ଡକ୍ଟର ହରିବାବୁ କମ୍ଭମପତି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଇଛନ୍ତି। ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେ ଗୁରୁବାର ପୁରୀ ରାଜଭବନରେ ରାତ୍ରିଯାପନ କରିବେ।

ଏହାପରେ ଶ୍ରୀମନ୍ଦିର ଦର୍ଶନ ସାରି ସେ ଭୁବନେଶ୍ୱର ରାଜଭବନରେ ପହଞ୍ଚିବେ। ଏଠାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଶପଥ ପାଠ କରାଇବେ।

ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଇସ୍ତଫା ଦେଇଥିଲେ ରଘୁବର ଦାସ। ଏହାପରେ ଡକ୍ଟର ହରିବାବୁ କମ୍ଭମପତି ରାଜ୍ୟର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ମିଜୋରାମର ରାଜ୍ୟପାଳ ଥିଲେ।

Tags: #DrHaribabuKambhampati #Governor #Odisha #India

LEAVE A REPLY

Please enter your comment!
Please enter your name here