ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଚଳଚଞ୍ଚଳ ହୋଇ ଉଠିଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ସହର। ଚଳିତ ବର୍ଷ ଧନୁଯାତ୍ରା ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଧନୁଯାତ୍ରା ବୁଲିବା ଲାଗି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଟୁର୍ ପ୍ୟାକେଜ ଆରମ୍ଭ ହୋଇଛି।

ବରଗଡ଼ ଧନୁଯାତ୍ରାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ୩ଟି ଟୁର୍ ପ୍ୟାକେଜ ରଖାଯାଇଛି। ଏହ ଦିନିକିଆ ଟୁରରେ ପର୍ଯ୍ୟଟକମାନେ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବା ସହ ସନ୍ଧ୍ୟାରେ ବରଗଡ଼ ଯାଇ ଧନୁଯାତ୍ରାର ମଜା ନେଇପାରିବେ। ସୁଲଭ ମୂଲ୍ୟରେ ଏହି ସବୁ ଟୁର୍ ଉପଲବ୍ଧ ରହିଛି।

ଆସନ୍ତୁ ଜାଣିବା କ’ଣ ରହିଛି ‘ଓଟିଡିସି’ ଟୁର୍ ପ୍ୟାକେଜ?

ଟୁର୍ -୧ (ହୀରାକୁଦ – ସମଲେଶ୍ଵରୀ ମନ୍ଦିର – ବରଗଡ଼ ଧନୁଯାତ୍ରା)

  • ଏହି ଟୁରରେ ସମ୍ବଲପୁରର ହୀରାକୁଦ ଡ୍ୟାମ, ମା’ ସମଲେଶ୍ଵରୀ ମନ୍ଦିର ଦର୍ଶନ ଓ ସନ୍ଧ୍ୟାରେ ବରଗଡ଼ ଧନୁଯାତ୍ରା ବୁଲିବା ପାଇଁ ବ୍ୟବସ୍ଥା ରହିଛି।
  • ସକାଳ ୯ଟା ସମୟରେ ସମ୍ବଲପୁର ପାନ୍ଥନିବାସରୁ ଟୁର୍ ଆରମ୍ଭ ହେବ।
  • ପ୍ରଥମେ ହୀରାକୁଦ ଡ୍ୟାମ ଓ ପରେ ମା’ ସମଲେଶ୍ଵରୀ ମନ୍ଦିରରେ ଦର୍ଶନ କରିବେ ପର୍ଯ୍ୟଟକ।
  • ସନ୍ଧ୍ୟାରେ ବରଗଡ଼ ଧନୁଯାତ୍ରା ବୁଲିବା ପରେ ରାତି ୧୦ଟା ୩୦ରେ ସମ୍ବଲପୁର ପାନ୍ଥନିବାସରେ ଟୁର୍ ସରିବ।
  • ଏହି ପ୍ୟାକେଜର ମୂଲ୍ୟ – ୨୬୮୦ ଟଙ୍କା (ଜିଏସଟି ସହିତ)

ଟୁର୍ -୨ (ନୃସିଂହନାଥ ମନ୍ଦିର – ବରଗଡ଼ ଧନୁଯାତ୍ରା)  

  • ଏହି ଟୁରରେ ବରଗଡ଼ର ପାଇକମାଳ ସ୍ଥିତ ନୃସିଂହନାଥ ମନ୍ଦିର ଦର୍ଶନ ଓ ସନ୍ଧ୍ୟାରେ ବରଗଡ଼ ଧନୁଯାତ୍ରା ବୁଲିବା ପାଇଁ ବ୍ୟବସ୍ଥା ରହିଛି।
  • ସକାଳ ୮ଟା ସମୟରେ ସମ୍ବଲପୁର ପାନ୍ଥନିବାସରୁ ଟୁର୍ ଆରମ୍ଭ ହେବ।
  • ନୃସିଂହନାଥ ମନ୍ଦିର ଆଖପାଖରେ ଥିବା ପର୍ଯ୍ୟଟନ ସ୍ଥଳ ବୁଲିବେ ପର୍ଯ୍ୟଟକ।
  • ସନ୍ଧ୍ୟାରେ ବରଗଡ଼ ଧନୁଯାତ୍ରା ବୁଲିବା ପରେ ରାତି ୧୦ଟା ୩୦ରେ ସମ୍ବଲପୁର ପାନ୍ଥନିବାସରେ ଟୁର୍ ଶେଷ ହେବ।
  • ଏହି ପ୍ୟାକେଜର ମୂଲ୍ୟ – ୩୪୨୦ ଟଙ୍କା (ଜିଏସଟି ସହିତ)

ଟୁର୍ -୩ (ଡେବ୍ରିଗଡ଼ ଅଭୟାରଣ୍ୟ – ବରଗଡ଼ ଧନୁଯାତ୍ରା)  

  • ଏହି ଟୁରରେ ଦିନରେ ବରଗଡ଼ର ଡେବ୍ରିଗଡ଼ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଓ ସନ୍ଧ୍ୟାରେ ଧନୁଯାତ୍ରା ବୁଲିବା ପାଇଁ ବ୍ୟବସ୍ଥା ରହିଛି।
  • ସକାଳ ୮ଟା ସମୟରେ ସମ୍ବଲପୁର ପାନ୍ଥନିବାସରୁ ଟୁର୍ ଆରମ୍ଭ ହେବ।
  • ଡେବ୍ରିଗଡ଼ ଅଭୟାରଣ୍ୟର ଜିରୋ ପଏଣ୍ଟ ଦେଖିବା ସହ ଜଙ୍ଗଲ ସଫାରୀ କରିପାରିବେ ପର୍ଯ୍ୟଟକ।
  • ସନ୍ଧ୍ୟାରେ ବରଗଡ଼ ଧନୁଯାତ୍ରା ବୁଲିବା ପରେ ରାତି ୧୦ଟା ୩୦ରେ ସମ୍ବଲପୁର ପାନ୍ଥନିବାସରେ ଟୁର୍ ଶେଷ ହେବ।
  • ଏହି ପ୍ୟାକେଜର ମୂଲ୍ୟ – ୩୩୭୦ ଟଙ୍କା (ଜିଏସଟି ସହିତ)

‘ଓଟିଡିସି’ ଏହି ୩ଟି ଟୁର୍ ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏଁ ଚାଲୁ ରହିବ। ଏଥିରେ ପର୍ଯ୍ୟଟକ ପାଇଁ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରର ବ୍ୟବସ୍ଥା ରହିଛି। ଏହାସହ ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ପ୍ରବେଶ ଶୁଳ୍କ ପାଇଁ କୌଣସି ଅତିରିକ୍ତ ଟଙ୍କା ଦେବାକୁ ପଡ଼ିବ ନାହିଁ।

ପର୍ଯ୍ୟଟକମାନେ ‘ଓଟିଡିସି’ର ୱେବସାଇଟ୍ www.otdc.odisha.gov.inରେ ଉପରୋକ୍ତ ଟୁରଗୁଡ଼ିକୁ ବୁକ୍ କରିପାରିବେ। ୱେବସାଇଟରେ ସବୁ ଟୁରର ବିସ୍ତୃତ ସୂଚନା ଉପଲବ୍ଧ ରହିଛି।

Tags: #BargarhDhanuJatra #Tourists #TourPackages #OTDC #Odisha

LEAVE A REPLY

Please enter your comment!
Please enter your name here