ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ଼ଧରଣର ମାଓବାଦୀ ଆକ୍ରମଣ ହୋଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହେବାସହ ଅନ୍ୟ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି। ଏନେଇ ଛତିଶଗଡ଼ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୋମବାର ଛତିଶଗଡ଼ ପୋଲିସର ଡିଆରଜି ଯବାନମାନେ ଅପରେସନ ସାରି ଏକ ଗାଡ଼ିରେ ଫେରୁଥିଲେ। ଏହି ସମୟରେ ବିଜାପୁରର ବଦ୍ରି-କୁଟ୍ରୁ ରାସ୍ତାରେ ମାଓବାଦୀମାନେ ଖଞ୍ଜିଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ୍ (ଆଇଇଡି) ବ୍ଲାଷ୍ଟ ହୋଇଥିଲା।

ଆଇଇଡି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ, ଯବାନଙ୍କ ଗାଡ଼ି ଅନେକ ଦୂର ପର୍ଯ୍ୟନ୍ତ ଉଡ଼ି ଯାଇଥିଲା। ଏଥିରେ ୮ ଜଣ ଯବାନଙ୍କ ସହ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ଆହତ ଯବାନମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରବିବାର ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀଙ୍କ ଏକ ଜଏଣ୍ଟ ଏନକାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଥିଲେ। ଏହା ହେବାର ଦିନକ ପରେ ମାଓବାଦୀମାନେ ଏପରି ଆକ୍ରମଣ କରିଛନ୍ତି।

Tags: #MaoistAttack #IEDBlast #Police #Bijapur #Chhattisgarh

LEAVE A REPLY

Please enter your comment!
Please enter your name here