ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନରେ ଜାନୁଆରି ୧୮ ତାରିଖରେ ହେବ ପକ୍ଷୀ ଗଣନା। ଭିତରକନିକାର ରାଜନଗର, କନିକା, ଗହୀରମଥା, ମହାକାଳପଡ଼ା ଏବଂ କୁଜଙ୍ଗ ଭଳି ୫ଟି ରେଞ୍ଜରେ ଗଣନା କରାଯିବ। ଏନେଇ ରାଜନଗର ବନଖଣ୍ଡ ଅଧକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

ଭିତରକନିକାରେ ପକ୍ଷୀ ଗଣନା ପାଇଁ ଜାନୁଆରୀ ୧୭ ତାରିଖରେ ବନ କର୍ମଚାରୀମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହେବ। ଏଥିରେ ଏକାଧିକ ଟିମ୍ ନିୟୋଜିତ ହେବେ।

ଗତବର୍ଷ ଭିତରକନିକାରେ ୧୨୧ ପ୍ରଜାତିର ୧ ଲକ୍ଷ ୫୧ ହଜାର ୪୨୧ଟି ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ଏଠାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିବ ବନବିଭାଗ ଆଶା ରଖିଛି।

ଅନ୍ୟପଟେ କୁମ୍ଭୀର ଗଣନା ପାଇଁ ଭିତରକନିକାକୁ ଜାନୁଆରି ୧୪ରୁ ୨୨ ତାରିଖ ଯାଏଁ ବନ୍ଦ ରହିବ। ଏହି ସମୟରେ ପର୍ଯ୍ୟଟକଙ୍କ ଆସିବା ବାରଣ କରାଯାଇଛି।

Tags: #BirdCounting #Bhitarkanika #AnnualBirdCensus #Odisha

LEAVE A REPLY

Please enter your comment!
Please enter your name here