ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା। ସୋମବାର ସକାଳୁ ଆରମ୍ଭ ହୋଇଥିବା ଏହି ଗଣନା ତିନିଦିନ ଧରି ଚାଲିବ। ଚିଲିକାରେ ଥିବା ବିରଳ ପ୍ରଜାତିର ଇରାଓ୍ଵାଡି ଡଲଫିନ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ୧୮ଟି ଟିମ।
ସମଗ୍ର ଚିଲିକାକୁ ୩ଟି ଜୋନରେ ଭାଗ କରାଯାଇଛି। ପ୍ରତି ଟିମରେ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। ମୋଟ ୯୦ ଜଣ ଡଲଫିନ ଗଣନାରେ ସାମିଲ ହୋଇଛନ୍ତି।
ସାତପଡ଼ା, ବାଲୁଗାଁ, ଟାଙ୍ଗୀ, କୃଷ୍ଣପ୍ରସାଦ ଏବଂ ରମ୍ଭା ରେଞ୍ଜରେ ଏହି ଗଣନା ଚାଲିଛି। ସାତପଡ଼ାରେ ୮ଟି ଟିମ୍ ଗଣନା କାର୍ଯ୍ୟରେ ନିୟୋଜିତ ଥିବାବେଳେ ୧୦ଟି ଟିମ୍ ଅନ୍ୟ ରେଞ୍ଜରେ ଗଣନା କରୁଛନ୍ତି। ଡଲଫିନ ଗଣନା କାର୍ଯ୍ୟ ସକାଳ ୬ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ। ତିନିଦିନ ଧରି ଗଣନା କାର୍ଯ୍ୟ ହେବ। ଏହି ସମୟ ମଧ୍ୟରେ ଚିଲିକାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭସାପୋଲ ଏବଂ ଡଙ୍ଗା ଚଳାଚଳ ବନ୍ଦ ରହିବ।
ଗତ ୨୦୨୪ ବର୍ଷରେ ଚିଲିକାରେ ୧୫୮ଟି ଇରାଓ୍ଵାଡି ଡଲଫିନ ରହିଥିବା ଗଣାନା ବେଳେ ଜଣାପଡ଼ିଲା। ଗତ କିଛି ବର୍ଷ ହେଲା ଏହି ଡଲଫିନମାନଙ୍କର ସଂଖ୍ୟା କମୁଥିବା ଦେଖିବାକୁ ମିଳୁଛି। ଡଲଫିନ ଗଣନାରେ ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ସ୍ଵେଚ୍ଛାସେବୀ, ଡଲଫିନ ବିଶେଷଜ୍ଞ ଓ ମୋଟର ବୋଟ ସଂଘ କର୍ମଚାରୀ ସାମିଲ ହୋଇଛନ୍ତି।
Tags: #DolphinCensus #Chilika #Odisha #Dolphin