ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି ଓଡ଼ିଶା ସରକାର। ଏହାର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି। ଏଥିରେ ମୋଟ ୫ ଜଣ ସଦସ୍ୟ ରହିବେ। ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଷଷ୍ଠ ରାଜ୍ୟ ଅର୍ଥ ଆୟୋଗର ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଏକ୍ସଆଇଏମ ବିଶ୍ଵବିଦ୍ୟାଳୟର ପ୍ରଫେସର ଅସିତ୍ ରଞ୍ଜନ ମହାନ୍ତି, ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର (ଟିଆଇଏସଏସ) ପ୍ରଫେସର ଡକ୍ଟର ବିଭୂପ୍ରସାଦ ନାୟକ ଏବଂ ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡକ୍ଟର ସତ୍ୟପ୍ରିୟ ରଥ।

ଆୟୋଗ ମୁଖ୍ୟତଃ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାର ଟିକସ ଆଦାୟ, ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ଟୋଲ୍ ଓ ଅନ୍ୟ ଟିକସ ତଥା ବିଭିନ୍ନ ସରକାରୀ ଆର୍ଥିକ ସଂସ୍ଥାର ଦାୟିତ୍ଵ ସମ୍ପର୍କରେ ନିଜର ରିପୋର୍ଟ ଦେବେ।

ଷଷ୍ଠ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୬ ମାସ ରହିବ। ଆୟୋଗ ୨୦୨୬ ଏପ୍ରିଲ ୧ ତାରିଖରୁ ପରବର୍ତ୍ତୀ ୫ ବର୍ଷ ପାଇଁ ଓଡ଼ିଶାର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ।

Tags: #StateFinanceCommission #SFC #FinancialReport #FinanceDept #Odisha

Comment