ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ କଟକ ବାରବାଟୀ ଦୁର୍ଗଠାରେ ନେତାଜୀଙ୍କ ଉପରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

ପରାକ୍ରମ ଦିବସ ଉପଲକ୍ଷେ ସଂସ୍କୃତି ମନ୍ତ୍ରାଳୟ ତରଫରୁ ଆୟୋଜିତ ଏହି ପ୍ରଦର୍ଶନୀରେ ସାହିତ୍ୟ ଏକାଡେମୀ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ବିଭିନ୍ନ ଭାଷାରେ ୧୪୨ଟି ପୁସ୍ତକ ପ୍ରଦର୍ଶିତ ହୋଇଛି। ଏଥିସହିତ ପ୍ରଦର୍ଶିତ ପୁସ୍ତକଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଉଦ୍ଧୃତି ସମ୍ବଳିତ ୨୪ଟି ସ୍ୱତନ୍ତ୍ର ପ୍ୟାନେଲ୍ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି।

ଏହି ପ୍ରଦର୍ଶନୀକୁ କେନ୍ଦ୍ର ସଂସ୍କୃତି ସଚିବ ଅରୁଣିଶ ଚାୱଲା ପରିଦର୍ଶନ କରିଥିଲେ। ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ ଶ୍ରୀନିବାସରାଓ ତାଙ୍କୁ ପ୍ରଦର୍ଶନୀ ବୁଲାଇ ଦେଖାଇଥିଲେ। ପ୍ରଦର୍ଶିତ ପ୍ୟାନେଲଗୁଡ଼ିକରେ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯେମିତିକି ଶିକ୍ଷା, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ଯୋଗଦାନ, ସଶସ୍ତ୍ର ବିପ୍ଳବର ସମର୍ଥନ, କଂଗ୍ରେସ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ, ଗାନ୍ଧୀ ଏବଂ ନେହରୁଙ୍କ ସହ ମତଭେଦ, ଆଜାଦ ହିନ୍ଦ ଫୌଜ ଗଠନ, ବ୍ରିଟିଶରମାନଙ୍କ ସହିତ ଯୁଦ୍ଧ ଇତ୍ୟାଦି।

କଟକ ସାଂସଦ ଭର୍ତ୍ତୃହରି ମହତାବ ଏବଂ ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ପୂର୍ବତନ ଆବାହକ ବିଜୟାନନ୍ଦ ସିଂହଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

Tags: #NetajiJayanti #NetajiSubhasChandraBose #ParakramDivas #SahityaAcademy #Cuttack #Book Exhibition

LEAVE A REPLY

Please enter your comment!
Please enter your name here