ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଶିକାର ପାଇଁ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛନ୍ତି ବନବିଭାଗ କର୍ମଚାରୀ।

ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ନିୟୋଜିତ ହୋଇଥିବା ସ୍ୱତନ୍ତ୍ର ଟିମ୍ ଅଭୟାରଣ୍ୟ ଭିତରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଉଦଳା ରେଞ୍ଜର ବିଭିନ୍ନ ଗ୍ରାମର ବୋଲି ଜଣାପଡ଼ିଛି।

Tags: #SimilipalNationalPark #Tiger #SkinSeized #Mayurbhanj #Baripada #Odisha #ForestDepartment

Comment