ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗର ମେଗା ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହାଇଦ୍ରାବାଦ ତୁଫାନ୍ସ ଏବଂ ରା’ବେଙ୍ଗଲ ଟାଇଗର୍ସ ଦଳ ମୁହାଁମୁହିଁ ହେବେ। ଏହି ଫାଇନାଲ ମ୍ୟାଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।  

ଫାଇନାଲ ମୁକାବିଲା ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ ଏଥିରେ ନୃତ୍ୟ ପରିବେଷଣ କରିବେ।

ତେବେ ଶନିବାର ଅପରାହ୍ଣ ୫ଟା ୪୫ରେ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ। ଏଥିରେ ତାମିଲନାଡ଼ୁ ଡ୍ରାଗନ୍ସ ଓ ସୁରମା ହକି କ୍ଲବ ପଞ୍ଜାବ ପ୍ରତିଦ୍ଵନ୍ଦ୍ଵିତା କରିବେ। ଏହାପରେ ରାତି ୮ଟା ୧୫ ମିନିଟରେ ଫାଇନାଲ ମୁକାବିଲା ଆରମ୍ଭ ହେବ।

Tags: #HockeyIndiaLeague #HIL #Hockey #Rourkela #HockeyIndia

LEAVE A REPLY

Please enter your comment!
Please enter your name here