ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ସେମାନଙ୍କୁ ଘରଭଡ଼ା ଦିଆଯିବା ସହ ଭତ୍ତା ବୃଦ୍ଧି କରାଯାଇଛି। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଅଗ୍ନିଶମ କର୍ମଚାରୀଙ୍କ ଡାଏଟ ଭତ୍ତା ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦ ଟଙ୍କା, ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କା ଏବଂ ରିସ୍କ ଭତ୍ତା ୪୦୦ରୁ ୧୦୦୦ ଟଙ୍କାକୁ ବଢ଼ାଯାଇଛି। ଏହାଦ୍ଵାରା ରାଜ୍ୟର ୬,୦୫୮ ଜଣ ଅଗ୍ନିଶମ କର୍ମଚାରୀ ଉପକୃତ ହେବେ।

ଅଗ୍ନିଶମ କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ଭତ୍ତା ବଢ଼ାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Tags: #Fireman #Allowance #SocialSecurity #Odisha

LEAVE A REPLY

Please enter your comment!
Please enter your name here